ବନାରସ, ୧୧/୧: ବାରଣାସୀରେ ଜନୈକ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବାରୁ ପୂର୍ବତନ ବିଧାୟକଙ୍କୁ ଲୋକେ ନିସ୍ତୁକ ମାଡ ମାରିଛନ୍ତି। ଉତ୍ତରପ୍ରଦେଶ ଭଗତୁଆ ଅଞ୍ଚଳରେ ପୂର୍ବତନ ବିଜେପି ବିଧାୟକ ମାୟାଶଙ୍କର ପାଠକ ଏକ କଲେଜ ପରିଚାଳନା କରୁଛନ୍ତି। ସେ କଲେଜର ଚେୟାରମ୍ୟାନ ମଧ୍ୟ ଅଛନ୍ତି । କଲେଜରେ ଜଣେ ଛାତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ନେଇ ଛାତ୍ରୀ ଘରେ କହିବା ପରେ ପରିବାର ଲୋକେ ଲଙ୍କାକାଣ୍ଡ କରିଛନ୍ତି।
ତେବେ ଘଟଣା ନେଇ ପୋଲିସରେ ଅଭିଯୋଗ ନ କରିବା ଲାଗି ବିଧାୟକ କହିବା ଯୋଗୁ ପରିବାର ଲୋକେ କୈଣସି ଅଭିଯୋଗ କରିନାହାନ୍ତି। ତେବେ ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିଣ୍ଡରା ସର୍କଲ ଅଫିସର ମାମଲାର ତଦନ୍ତ କରୁଥିବା କହିଛନ୍ତି। ଭିଡିଓର ସତ୍ୟତା ଜଣାପଡିବା ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିବ ।