ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥାଙ୍କ ମାତୃ ବିୟୋଗ

ଭୁବନେଶ୍ୱର, ୨୫/୧୨: ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥାଙ୍କ ମାତା ହୀରାମଣି ସମର୍ଥାଙ୍କ ଆଜି ସକାଳେ ପରଲୋକ ଘଟିଛି । ନିଜର ହାଟସାହି ସ୍ଥିତ ବାସଭବନରେ ୯୪ ବର୍ଷ ବୟସରେ ହୀରାମଣି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁରେଶ ରାଉତରାୟ, ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାଂସଦ ଅରୂପ ପଟ୍ଟନାୟକ ପ୍ରମୁଖ ହୀରାମଣିଙ୍କ ଶେଷ ଦର୍ଶନ କରିଥିଲେ । ଜଣେ ସରଳ, ନିଷ୍ଠାପର ଓ ଧର୍ମପରାୟଣ ମହିଳା ଭାବେ ହୀରାମଣି ସବୁ ମହଲରେ ପ୍ରୟଭାଜନ ହୋଇଥିଲେ । ତାଙ୍କ ମରଶରୀରକୁ ହାଟସାହି ଲିଙ୍ଗରାଜ ମନ୍ଦିର ଦେଇ ଏକ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ନରେନ୍ଦ୍ର ସମର୍ଥା ମୁଖାଗ୍ନି ଦେଇଥିଲେ ଓ ପୁତ୍ର ଦେବେନ୍ଦ୍ର ସମର୍ଥା ଓ ବିଜେନ୍ଦ୍ର ସମର୍ଥା ସଂସ୍କାର ସମୟରେ ଉପସ୍ଥିତ ଥିଲେ ।