ଚେନ୍ନାଇ, ୨/୧୨ : କୋଲକାତା ଓ ଚେନ୍ନାଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି ଏସ୍ କରନାନଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସର ସାଇବର କ୍ରାଇମ୍ ଟିମ୍ । ଜଷ୍ଟିସ୍ କରନାନା ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ବିଚାରପତି, ସେମାନଙ୍କ ପତ୍ନୀ ଏବଂ ମହିଳା ବିଚାରପତିଙ୍କୁ ଅଶ୍ଳୀଳ ଆକ୍ଷେପ କରିଥିଲେ । ଏହି ଭିଡିଓରେ ସେ ବିଚାରପତିଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ ।
ଜଷ୍ଟିସ୍ କର୍ଣ୍ଣନ୍ଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଗିରଫ କରିଛି । ଭେପେରିରେ ସ୍ଥିତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ତାଙ୍କୁ ରଖାଯାଇଛି । ଆଇପିସି ଧାରା ୫୦୯ ଏବଂ ୧୫୩ ଆଧାରରେ ତାଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ପୋଲିସର କହିବା ଅନୁସାରେ ଜଷ୍ଟିସ୍ କର୍ଣ୍ଣନ୍ଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବା ପରେ ହାଜତକୁ ପଠାଇ ଦିଆଯିବ ।
ଅକ୍ଟୋବର ମାସରେ ଥିରୁଭନୟର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର୍ ଭାନୁମତୀଙ୍କ ଘରେ ୫ ଜଣ ଲୋକ କରନାନଙ୍କ ନାଁ ନେଇ ଜୋରଜବରଦସ୍ତି ପସିଥିଲେ ।