ପୂର୍ବତନ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର, ୭/୯ : ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗଭୀର ଶୋକପ୍ରକାଶ କରିଛନ୍ତି । ବିଜେଡିର ଏହି ବରିଷ୍ଠ ନେତା ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨ ଏପ୍ରିଲ୍‌ ୨୦୨୦ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ରୂପେ ନିର୍ବାଚିତ ହୋଇଥିଲା ।