ସାନଖେମୁଣ୍ଡି ,୨୫/୪: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟ ବ୍ଲକ ନୂଆଁମକରଝୋଳ ଗାଁରୁ ଠାବ ହୋଇଛି କୁକୁଡ଼ା ଫାର୍ମରେ ଚାଲୁଥିବା ମଦ କାରଖାନା । ଦୀର୍ଘ ଦିନ ହେବ ଏହି ଫାର୍ମରେ ବେଆଇନ୍ ଭାବେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରୁଥିଲେ ମଦ ମାଫିଆ । ଯାହାର ଖବର ପାଇ ଆଜି ଅଚନାକ ଚଢାଉ କରିଥିଲା ଅବକାରୀ ବିଭାଗ । ଛତ୍ରପୁର ଅବକାରୀ ଏସପି ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିବା ସୂଚନା। ଏହି ଟିମରେ ବ୍ରହ୍ମପୁର, ଛତ୍ରପୁର ମୋବାଇଲ ସ୍କ୍ୱାଡ଼ ଏବଂ ହିଞ୍ଜିଳି ଅବକାରୀ ବିଭାଗ ସାମିଲ ଥିଲେ ।
ଏହି ମିଳିତ ଚଢାଉରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଛି। ଚଢାଉରେ ୨୭ ପେଟି ସ୍ପିରିଟ ସହ ରାଜ୍ୟ ସରକାରଙ୍କ ନକଲି ଲୋଗା, ବିଭିନ୍ନ ବ୍ରାଣ୍ଡର କାଚ ଓ ଲେବୁଲ୍, ପେକିଂ ମେସିନ ଜବତ ସହ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।