ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଆରମ୍ଭ ହେବାର ୬ ମାସରୁ ଅଧିକ ସମୟ ହୋଇସାରିଲାରି। ଏଭଳି ପରିସ୍ଥିତିରେ ଟିକା ଉତ୍ପାଦନରେ ବୃଦ୍ଧି ହେବା ସହିତ ସେମାନଙ୍କର ମୂଲ୍ୟ ଆହୁରି ହ୍ରାସ ପାଇପାରେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେମିତି କିଛି ହେଲାନି, ବରଂ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ପୂର୍ବ ଅପେକ୍ଷା ଆହୁରି ଅଧିକା ବଢ଼ି ଯାଇଛି।
ସୂଚନାନୁଯାୟୀ , ଚଳିତ ବର୍ଷ ଜାନୁଆରୀରେ କେବଳ ଜୁଲାଇ ପର୍ଯ୍ୟନ୍ତ ଫାର୍ମା କମ୍ପାନୀଗୁଡିକ ସହିତ ସରକାର ଦାମ୍ ସ୍ଥିର କରିଥିଲେ। ସେହି ସମୟରେ କୋଭିସିଲ୍ଡର ଏକ ଡୋଜ ୨୦୦ ଟଙ୍କା ଏବଂ କୋଭାକ୍ସିନ ୨୦୬ ଟଙ୍କା ସ୍ଥିର କରାଯାଇଥିଲା କିନ୍ତୁ ବର୍ତ୍ତମାନ ନୂଆ ଦାମ୍ରେ ଏହି ମୂଲ୍ୟ ୨୦୫ ଏବଂ ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ କୋଭିସିଲ୍ଡ ଟିକାର ଗୋଟିଏ ବୋତଲ ଉପରେ ସରକାରଙ୍କୁ ୫୦ ଟଙ୍କା ଅଧିକ ଦେବାକୁ ପଡିବ। ଯେଉଁଠାରେ କୋଭାକ୍ସିନର ଗୋଟିଏ ବୋତଲରେ ଏହି ଖର୍ଚ୍ଚ ୧୮୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି।