ସାବଧାନ ! ଆପଣଙ୍କ କ୍ଷୀରରେ ମିଶି ଥାଇପାରେ ସାବୁନ କିମ୍ବା ଷ୍ଟାର୍ଚ : ଏହି ଉପାୟରେ ଶୁଦ୍ଧତା ଯାଞ୍ଚ କରନ୍ତୁ

ଆପଣମାନେ ପ୍ରତିଦିନ କ୍ଷୀର ଘରକୁ ଆଣିଥାନ୍ତି, ହେଲେ କ୍ଷୀରରେ କଣ ଅପମିଶ୍ରିତ ହେଉଛି ଆପଣମାନେ ଜାଣିପାରନ୍ତି ନାହିଁ । ଯଦି କ୍ଷୀର ଅପମିଶ୍ରିତ ହେଉଥାଏ, ତେବେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ପ୍ରାୟ ସମୟରେ କ୍ଷୀରରେ ସାବୁନ କିମ୍ବା ଷ୍ଟାର୍ଚ ମିଶିଥିବାର କଥା ସାମନାକୁ ଆସିଥାଏ । ଏଥିପାଇଁ ଭାରତୀୟ ଖାଦ୍ୟ ସଂସ୍ଥା ଏହି ଅପମିଶ୍ରଣକୁ ଜାଣିବା ପାଇଁ କିଛି ପରାମର୍ଶ ଜାରି କରିଛନ୍ତି। ଆସନ୍ତୁ ଜାଣିବା ଅପମିଶ୍ରିତ କ୍ଷୀର ବିଷୟରେ …

୧. କ୍ଷୀରରେ ପାଣି ମିଶ୍ରଣର ପରୀକ୍ଷଣ :-
ଏକ ଢାଲୁଆ ସ୍ଥାନରେ ଦୁଇ ବୁନ୍ଦା କ୍ଷୀର ପକାନ୍ତୁ । ଶୁଦ୍ଧ କ୍ଷୀରର ବୁନ୍ଦା ଗୋଟିଏ ସ୍ଥାନରେ ସ୍ଥିର ରହିବ ନହେଲେ ଧୀରେ ଧୀରେ ଢାଲୁ ସ୍ଥାନ ଆଡ଼କୁ ବୋହିଯିବ। କିନ୍ତୁ ମିଶ୍ରିତ କ୍ଷୀର ଜୋରରେ ଢାଲୁ ଆଡ଼କୁ ବୋହିବ ଏବଂ କୈାଣସି ଚିହ୍ନ ଛାଡ଼ିବ ନାହିଁ।

୨. କ୍ଷୀରରେ ସାବୁନର ମିଶ୍ରଣର ପରୀକ୍ଷଣ :-
୫ରୁ ୧୦ମିଲି କ୍ଷୀରର ନମୁନା ଆକାରରେ ନିଅନ୍ତୁ ଏବଂ ସେତିକି ମାତ୍ରାରେ ପାଣି ନିଅନ୍ତୁ। ଦୁଇଟିକୁ ଭଲଭାବେ ମିଶାଇ ନିଅନ୍ତୁ। ଯଦି କ୍ଷୀରରେ ସାବୁନ ମିଶିଥିବ ତାହେଲେ ପ୍ରଚୁର ମାତ୍ରାରେ ଫେଣ ସୃଷ୍ଟି ହେବ।

୩. ଘିଅ ଏବଂ ଲହୁଣୀରେ ଷ୍ଟାର୍ଚର ପରୀକ୍ଷଣ :-
ଅଧ ଚାମଚ ଘିଅ କିମ୍ବା ଲହୁଣୀକୁ ସ୍ୱଚ୍ଛ କାଚ ପାତ୍ରରେ ରଖନ୍ତୁ। ଆୟୋଡିନର ଘୋଳକୁ ଦୁଇ ତିନି ବୁନ୍ଦା ପକାନ୍ତୁ। ଏହି ଘୋଳ ଯଦି ନୀଳ ରଙ୍ଗର ହୋଇଯାଏ ତେବେ ଏଥିରେ ଅପମିଶ୍ରଣ ହୋଇଛି।