ଚଷମା ପିନ୍ଧୁଥିବା ଲୋକଙ୍କୁ କରୋନା ସଂକ୍ରମଣର ଆଶଙ୍କା କମ ହୋଇଥାଏ : ରିପୋର୍ଟ

ନୂଆଦିଲ୍ଲୀ : ଚଷମା ପିନ୍ଧୁ ନଥିବା ଲୋକଙ୍କ ଅପେକ୍ଷା ଚଷମା ପିନ୍ଧୁଥିବା ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣର ବିପଦ କମ ହୋଇଥାଏ ବୋଲି ଚୀନ୍‌ର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି। ଜାମା ଅପ୍‍ଥାଲମୋଲୋଜିରେ ପ୍ରକାଶିକ ଏକ ଗବେଷଣାତ୍ମକ ସନ୍ଧର୍ଭ ଅନୁଯାୟୀ ନାକ, ପାଟି ଓ ଆଖି ମାଧ୍ୟମରେ କରୋନା ଭୂତାଣୁ ଆମ ଶରୀରରେ ପ୍ରବେଶ କରିଥାଏ। ତେଣୁ ନାକ,ପାଟି ମାଧ୍ୟମରେ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଚଷମା ପିନ୍ଧିବା ଦ୍ୱାରା ଆମ ଆଖି ଦେଇ ଭୂତାଣୁ ସଂକ୍ରମଣର ଆଶଙ୍କା କିଛି ମାତ୍ରାରେ କମ୍‍ ହୋଇଥାଏ। ଚୀନର ସୁଇଝୌସ୍ଥିତ ଜେଙ୍ଗାଡୁ ହସ୍ପିଟାଲରେ ୨୭୬ଜଣଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଜଣାଯାଇଥିଲା ଯେ ଚଷମା ପିନ୍ଧିଥିବା ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଆଶଙ୍କା କେତେକାଂଶରେ କମ୍‍ ରହିଛି।