ଫେସବୁକ୍ ପ୍ରେମ : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ

ପଟ୍ଟାମୁଣ୍ଡାଇ, ୧୯/୮: ଫେସବୁକ୍ ପ୍ରେମରୁ ଧୋକା । ପ୍ରଥମେ ଫେସବୁକ୍ ମାଧ୍ୟମରେ ପ୍ରେମ ହେଲା ଆଉ ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଶେଷରେ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ଯୁବକ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମିଁଜାଉଣିର ଯୁବକଙ୍କୁ ସହ ଫେସବୁକ୍ ମାଧ୍ୟମରେ ପରିଚୟ ହୋଇଥିଲା । ତେବେ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଏହାପରେ ଉଭୟେ ଶାରିରୀକ ସମ୍ପର୍କ ରଖିଥିଲେ ।

ଅଭିଯୋଗ ଅନୁଯାୟୀ ଯୁବତୀ ଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ । କିନ୍ତୁ ସମ୍ପୃକ୍ତ ଯୁବକ ଯୁବତୀଙ୍କୁ ଜୋର ଜବରଦସ୍ତ ଔଷଧ ଦେଇ ଗର୍ଭପାତ କରାଇଦେଇଥିଲେ । ପରେ ଯୁବତୀ ଜଣଙ୍କୁ ବାହାହେବାକୁ କହି ସଂପୃକ୍ତ ଯୁବକ ନିଜ ଗାଁକୁ ନେଇଯାଇଥିଲେ । ଆଉ ସେଠାରେ ଯୁବତୀଙ୍କୁ ମାଡ ମାରିବା ସହିତ ମାରିଦେବାକୁ ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ଯୁବତୀ ଜଣଙ୍କ ଏ ସଂପର୍କରେ ପଟ୍ଟାମୁଣ୍ଡାଇ ପୋଲିସକୁ ଫୋନ୍ ଯୋଗେ କହିବାରୁ ପଟ୍ଟାମୁଣ୍ଡାଇ ପୋଲିସ ଯୁବତୀଙ୍କୁ ସମ୍ପୃକ୍ତ ଯୁବକଙ୍କ ଘରୁ ଉଦ୍ଧାର କରିଥିଲା । ଏହାସହ ଯୁବତୀଙ୍କ ଏତଲାକୁ ଭିତ୍ତି କରି ୩୦୭/୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସଂପୃକ୍ତ ଯୁବକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।