ଜଗତପୁରରେ ପୁଣି ନକଲି ଫ୍ୟାକ୍ଟ୍ରି; ନାମିଦାମୀ ଷ୍ଟିକର ସହ ବିପୁଳ କଞ୍ଚାମାଲ ଜବତ

କଟକ, ୧୫/୧୧ : କଟକରୁ ପୁଣି ନକଲି ମସଲା କାରଖାନା ଠାବ କରିଛି କମିସନରେଟ ପୁଲିସ l ଜଗତପୁରର ଏକ କାରଖାନାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଏବଂ ଲଙ୍କା ଗୁଣ୍ଡ ଜବତ କରିବା ସହିତ ଲକ୍ଷାଧିକ ଟଙ୍କାର ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତିଆରିରେ ବ୍ୟବହୃତ କଞ୍ଚାମାଲ ଜବତ କରିଛି ପୁଲିସ l ଏଥି ସହିତ ନାମିଦାମୀ ଷ୍ଟିକର ସହ ବିପୁଳ କଞ୍ଚାମାଲ ଓ ମେସିନ୍ ଜବତ କରାଯାଇଛି।

ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ନାଁରେ ବଜାରରେ ନକଲି ସାମଗ୍ରୀ ବିକ୍ରି ହେଉଥିଲା । ବିନା ଲାଇସେନ୍ସରେ କାରଖାନା ଚାଲିଥିବାବେଳେ ଚାଲିଥିଲା . ତେବେ ବାପି ପୃଷ୍ଟି ନାମକ ଜଣେ ବ୍ୟକ୍ତି କାରଖାନାକୁ ଚଳାଉଥିଲେ । ଏହି ଘଟଣାରେ ୨ଜଣଙ୍କୁ ପୋଲିସ ଅଟକ ରଖିଛି । ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।