ମିଳିଲା ବଡ଼ ସଫଳତା: ସମ୍ବଲପୁରରୁ ୧୫ ଲକ୍ଷ ଟଙ୍କାରୁ ଜାଲ୍‌ ନୋଟ୍‌ ଜବତ

ଭୁବନେଶ୍ୱର :  ରାଜ୍ୟରେ ଅନେକ କଟକଣା ପରେ ପୋଲିସ ଆଖିରେ ଧୂଳି ଦେଇ ବଢ଼ି ଚାଲଛି ଜାଲ୍ ନୋଟ କାରବାର। ଏହାରି ଭିତରେ ପୁଣି ସମ୍ବଲପୁରରେ ମିଳିଛି ବଡ ସଫଳତା ।  ଯୁଯୁମୁରା ନିକଟରୁ ୧୫ ଲକ୍ଷରୁ  ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। ବହୁ ଦିନ ହେବ ଏମାନେ ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ଏବେ ଏହି ରାକେଟ୍‌ ଫସିଛି ।

ତେବେ ନିକଟରେ ବରଗଡ଼ ବରପାଲି ଠାରେ ୧୪ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଥିବା ବେଳେ ବର୍ତ୍ତମାନ ଜବତ ହୋଇଥିବା ଏହି ୧୫ ଲକ୍ଷର ଜାଲ ନୋଟକୁ ନେଇ ଖୋଳତାଡ଼ ଚାଲିଛି । ଜବତ ହୋଇଥିବା ଜାଲ ନୋଟକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଚାଲିଛି । ମୋଦୀ ସରକାରଙ୍କ ନୋଟବନ୍ଦୀ ପରେ ମଧ୍ୟ ନିୟନ୍ତ୍ରଣକୁ ଆସିପାରୁ ନାହିଁ ଜାଲ ନୋଟର ଏହି କାରବାର । ତେବେ ଦିନକୁ ଦିନ ଜାଲ ନୋଟ କାରବାର ବଢୁଥିବାରୁ ପୋଲିସ ମଧ୍ୟ ଚିନ୍ତାରେ ପଡିଛି ।