ପୁଷ୍କର ପଶୁମେଳାରେ ‘ଶାହବାଜ’ : ଘୋଡ଼ାର ଦାମ ୧୫ କୋଟି

ପୁଷ୍କର : ରାଜସ୍ଥାନର ଆଜମେର ଜିଲ୍ଲା ପୁଷ୍କରଠାରେ ଏବେ ପ୍ରସିଦ୍ଧ ପଶୁମେଳା ଚାଲିଛି । ଏହି ମେଳା ଦେଖିବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିଛନ୍ତି । ତେବେ ଏଥର ମେଳାର ଆକର୍ଷଣ ସାଜିଛି ଏକ କଳାଘୋଡ଼ା । ତାହାର ମୂଲ୍ୟ ହେଉଛି ୧୫ କୋଟି । ଏହି ଘୋଡାର ନାମ ଶାହବାଜ, ଏବଂ ତାହାର ବୟସ ମାତ୍ର ଅଢ଼େଇ ବର୍ଷ ।

ଘୋଡାର ମାଲିକ ଗ୍ୟାରି ଗିଲ୍ କହିଛନ୍ତି, “ଅଢ଼େଇ ବର୍ଷ ବୟସର ଶାହବାଜ ଅନେକ ଶୋ ଜିତିଛି ଏବଂ ଏକ ଉତ୍ତମ ପ୍ରଜାତିର। ଘୋଡ଼ାର ମୂଲ୍ୟ ସେ ୧୫ କୋଟି ଟଙ୍କା ରଖିଛନ୍ତି। ତାଙ୍କୁ ୯ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତାବ ମିଳିଛି। କିନ୍ତୁ ବିକିବାକୁ ସେ ରାଜି ହୋଇନାହାନ୍ତି । ସେହିପରି ଏହି ଘୋଡ଼ାର କଭରିଂ ଫି ୨ ଲକ୍ଷ ଟଙ୍କା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥର ସେ ୪୦ଟି ପଶୁ ନେଇ ମେଳରେ ପହଞ୍ଚିଛନ୍ତି ।

ପୁଷ୍କର ପଶୁମେଳା ରାଜସ୍ଥାନର ଆଜମେର ଜିଲ୍ଲାର ପୁଷ୍କର ନାମକ ସ୍ଥାନରେ ପ୍ରତିବର୍ଷ ଆୟୋଜିତ ହୁଏ। ଏହା ଭାରତର ସବୁଠାରୁ ବଡ଼ ପଶୁମେଳା ମଧ୍ୟରୁ ଗୋଟିଏ। ଏଠାରେ ଓଟ, ଘୋଡ଼ା, ଗାଈ, ବଳଦ ଇତ୍ୟାଦି ପଶୁମାନଙ୍କ ବ୍ୟବସାୟ ହୋଇଥାଏ। ମେଳାରେ ଲୋକସଂସ୍କୃତି, ନୃତ୍ୟ-ସଙ୍ଗୀତ, ହସ୍ତଶିଳ୍ପ ଓ ମେଳା ମହୋତ୍ସବ ଆକର୍ଷଣର କେନ୍ଦ୍ର ହୁଏ। ପୁଷ୍କର ସରୋବରରେ ସ୍ନାନ କରିବା ଓ ବ୍ରହ୍ମା ମନ୍ଦିର ଦର୍ଶନ ଏହି ମେଳାର ଧାର୍ମିକ ମହତ୍ତ୍ୱକୁ ଅଧିକ ବଢ଼ାଏ।

SBI_Festive_Digital Billboard