ଧୋନିଙ୍କ ପାଦ ଛୁଇଁ ଥିବା ଜୟ ଜାନିଙ୍କ ପରଲୋକ

ନୂଆଦିଲ୍ଲୀ, ୧୪/୦୮ : ମୈଦାନ ଧୋନି ଓହ୍ଲାଇଲେ ପ୍ରଂଶସକଙ୍କ ସେଲିବ୍ରେସନରେ ଦୁଲୁକେ ଷ୍ଟାଡିୟମ। ଆପଣଙ୍କ ମନେଥିବ ୨୦୨୪ ଆଇପିଏଲ ସିଜିନର କଥା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ଭାଙ୍ଗି ଧୋନିଙ୍କ ପାଖକୁ ଯାଇ ପାଦ ଛୁଇଁଥିଲେ ଜଣେ ପ୍ରଶଂସକ, ଯାହାଙ୍କ ନାମ ଜାନି ଜୟ। ଏହି ଘଟଣା ପରେ ସେ ବେଶ ଚର୍ଚ୍ଚାରେ ଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି। ଜାନିଙ୍କର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ହୋଇଛି। ଜାନିଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ମଧ୍ୟ ନିଜର ଦୁଃଖ ପ୍ରକାଶ କରୁଛନ୍ତି। ଜାନି ଟ୍ରାକ୍ଟରରେ ଚାଷ କରୁଥିବା ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଜୁରାଟର ଭାବନଗରର ରାବାରିକା ଗାଁର ବାସିନ୍ଦା ଜାନି ଧୋନି ପ୍ରଶଂସକଙ୍କ ପାଇଁ ପରିଚିତ ଥିଲେ। ତାଙ୍କର ଇନଷ୍ଟାଗ୍ରାମ ଏବଂ ଏକ ୟୁଟ୍ୟୁବ୍ ଚ୍ୟାନେଲ, ଧୋନି ଆଶିକ୍ ଅଫିସିଆଲରେ ପ୍ରାୟ ୧୮ ହଜାର ଫଲୋଅର୍ସ ଥିଲେ। ଯାହାର ୧୩ ହଜାରରୁ ଅଧିକ ସବସ୍କ୍ରାଇବର୍ ଥିଲେ।

SBI_Festive_Digital Billboard