କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରୀୟଙ୍କା ଗାନ୍ଧୀ ସରକାରଙ୍କୁ ଟ୍ୱିଟ୍ ଉପରେ ଟ୍ୱିଟ୍ କରି ଆକ୍ରମଣ

ନୂଆଦିଲ୍ଲୀ,୮ /୧୨ : କୃଷକ ଆନ୍ଦୋଳନକୁ ଆଜି ୧୩ ଦିନ ପୁରିଛି । ଆଜି ଦେଶ ବ୍ୟାପୀ ବନ୍ଦ ମଧ୍ୟ ପାଳନ କରାଯାଉଛି କୃଷକ ମାନଙ୍କ ଦାବି କୁ ନେଇ । କୃଷି ବିଲ୍ କୁ ବିରୋଧ କରି ଯେଉଁ ଭଳି ଭାବରେ ଗତ ୧୨ ଦିନ ହେବ ଦେଶର ପ୍ରାୟ ଅଧିକାଂଶ ପ୍ରାନ୍ତରୁ କୃଷକମାନେ ରାଜଧାନୀ ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି ସେହି ନିଆଁରେ ଘିଅ ଢାଳୁଛନ୍ତି ବିରୋଧି ଦଳ ।

କୃଷକମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ମହାସଚିବ ପ୍ରୀୟଙ୍କା ଗାନ୍ଧୀ ବାନ୍ଦ୍ରା ଟ୍ୱିଟ୍ ଉପରେ ଟ୍ୱିଟ୍ କରି ସରକାରଙ୍କୁ ଆକ୍ରମଣ କରିଛନ୍ତି । ଥାଳି ଭରୁଥିବା ଲୋକ ଆଉ ଅରବପତି ମାନଙ୍କ ଥଳି ଭରୁଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି କୃଷକ ଆନ୍ଦୋଳନ ବୋଲି କହିଛନ୍ତି । ଏହାର ଅର୍ଥ ହେଉଛି କୃଷକ ମାନେ ଦିନ ରାତି ପରିଶ୍ରମ କରି ଦେଶ ବାସୀଙ୍କ ଖାଇବା ଥାଳି ଭରୁଛନ୍ତି କିନ୍ତୁ ସେବାନଙ୍କ ସ୍ୱାର୍ଥ କଥା ଚିନ୍ତା ନକରି କେନ୍ଦ୍ର ସରକାର କେବଳ ଅରବପତି ମାନଙ୍କ ତଳି ଭରିବା କଥା ଚିନ୍ତା କରୁଛନ୍ତି ବୋଲି କଂଗ୍ରେସ ମହାସଚିବ ପ୍ରୀୟଙ୍କା ଗାନ୍ଧୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କୃଷକ ମାନଙ୍କ ଏହି ଆନ୍ଦେଳନରେ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦୋର କୃଷକ ମାନଙ୍କ ସହିତ ଅଛନ୍ତି ବୋଲି କହି ଆନ୍ଦୋଳନକୁ ସମର୍ଥନ କରଛନ୍ତି ପ୍ରୀୟଙ୍କା ।