ବୋହୂ ସହ ଶଶୁରର ଶାରୀରିକ ସମ୍ପର୍କ: ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଲା ସ୍ୱାମୀ, ଆଉ ତା’ପରେ…

ନୂଆଦିଲ୍ଲୀ: ଯୁଗ ବଦଳିବା ସହ ସମ୍ପର୍କ କଳୁଶିତ ହେବାରେ ଲାଗିଛି । ପ୍ରତିଦିନ ଏପରି କିଛି ଘଟଣା ସାମ୍ନାକୁ ଆସୁଛି, ଯାହାକି ଲଜ୍ଜାଜନକ । ସେହିପରି ଉତ୍ତରପ୍ରଦେଶ ଅମରୋହରେ ଶଶୁର-ବୋହୂ ସମ୍ପର୍କକୁ ଖରାପ କରିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଶଶୁର-ବୋହୂଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିବା ବେଳେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲା ପୁଅ । ଘଟଣା ପରେ ବାପ-ପୁଅଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା ଓ ପରେ ମାମଲା ଥାନାରେ ପହଞ୍ଚିଗଲା ।

ସୂଚନା ମୁତାବକ, ଏହି ମାମଲା ସାଦାନ ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି । ସେଠାରେ ରହୁଥିବା ଜଣେ ଯୁବକ ସାଉଦ ଆରବରେ ଚାକିରି କରନ୍ତି । ତାଙ୍କ ବାହାଘର ୫ ବର୍ଷ ପୂର୍ବେ ହୋଇଥିଲା । ଏବେ ସେ ନିଜ ଛୋଟ ଭାଇଙ୍କ ବାହାଘରକୁ ଆସିଥିଲେ । ଛୋଟ ଭାଇଙ୍କ ବାହାଘର ବି ତାଙ୍କ ଶାଳୀ ସହ ହେବାର ଥିଲା ।

କିନ୍ତୁ ରବିବାର ଦିନ ସେ କୌଣସି କାମରେ ଘରୁ ବାହରକୁ ଯାଇଥିଲେ । ଦ୍ୱିପହରରେ ଘରକୁ ଫେରିଥିଲେ । କିନ୍ତୁ ଘରର କବାଟ ଖୋଲିବା ମାତ୍ରେ ପିତା ଓ ନିଜ ପତ୍ନୀଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଖୁବ ରାଗିଯିବା ସହ ମାରପିଟ କରିବାକୁ ଆଗେଇ ଆସିଥିଲେ । ପରେ ବାପ-ପୁଅଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ପରେ ପୁଅ ଏଭଳି ପିତାଙ୍କ ନାଁରେ ଅଭିଯୋଗ କରିଛି । ଘଟଣାକୁ ନେଇ ପୋଲିସ ଛାନଭିନ୍ କରୁଛି ।