ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା

0

ଭୁବନେଶ୍ୱର, ୧୧/୦୧ :  ଜନ୍ମ କଲା ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା । ହତ୍ୟାକାରୀ ବାପା ପ୍ରାଣେଶ୍ୱର ମଲିକ ଏବଂ ତାଙ୍କ ପୁଅ ଜିତୁ ମଲିକ ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ସିଂଘମିଲା ଗାଁର ମଦ୍ୟପ ପୁଅ ଜିତୁ ମଲିକ ମଦ ପିଇ ସବୁଦିନ କଳି ଝଗଡ଼ା କରୁଥିଲା । ଏଥିରେ ବାପା ଅତିଷ୍ଠ ହୋଇ ପଡ଼ିଥିଲେ । ଅତିଷ୍ଠ ହୋଇ ଶୁକ୍ରବାର ରାତିରେ ବାପା ଏକ ଧାରୁଆ ଛୁରୀରେ ନିଜ ପୁଅକୁ ହତ୍ୟା କରିଥିଲା । ସକାଳେ ପୁଅର ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ଅଭିଯୁକ୍ତ ବାପା ପ୍ରାଣେଶ୍ୱରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.