ପରକୀୟା ପ୍ରୀତି ପାଇଁ ଚାଲିଗଲା ଜୀବନ, ଯୁବକଙ୍କୁ ପିଟି ପିଟି ହତ୍ୟା

0

ମୟୁରଭଞ୍ଜ,୨୫/୪ : ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବେତନଟୀ ଥାନା କେନ୍ଦୁଛାଟିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟା କରିଥିବା ବାପ ପୁଅଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ମୃତକ ଗଣ୍ଡିଗଧା ଗାଁର ସୁନାରାମ ଟୁଡୁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । ସୋମବାର ଦିନ ଗାଁରେ ଜାହୀରା ପୂଜା ଚାଲିଥିଲା । ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା । ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗାଁର ସୁନାରାମ ଟୁଡୁ (୨୫) ଜାସାୟଙ୍କ ସ୍ତ୍ରୀ ନାଚ ଚାଲିଥିବା ବେଳେ କେଉଁଆଡ଼େ ଚାଲିଯାଇଥିଲେ । ଜାସାୟଙ୍କୁ ସନ୍ଦେହ ହେବାରୁ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ଯ୍ୟରେ ଲିପ୍ତଥିଲେ । ଏହା ଦେଖି ଜାସାୟ ଏବଂ ତାଙ୍କ ପୁଅ, ସୁନାରାମଙ୍କୁ ଧରି ଏକ ଗଛରେ ବାନ୍ଧି ରଖିଥିଲେ । ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ମାଡ ମାରିଥିଲେ । ଯାହାଫଳରେ ତାଙ୍କ ଜୀବନ ଚାଲିଯାଇଥିଲା ।

ସେପଟେ ମଙ୍ଗଳବାର ସକାଳୁ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ବାପ ଓ ପୁଅକୁ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବାପ ଓ ପୁଅକୁ ଅଟକ ରଖିଥିବା ଜଣାପଡିଛି । ବେତନଟୀ ଏସଡ଼ିପିଓ ସୁଦର୍ଶନ ଦାସଙ୍କ ସହିତ ବେତନଟୀ ଆଇଆଇସି ସସ୍ମିତା ମହାନ୍ତ ,ବାରିପଦା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜାସାୟ ଏବଂ ପୁଅ ମଧୁଙ୍କୁ ଅଟକ ରଖି ପଚରାଉଚରା ସହ ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.