ବ୍ରଏଲର କୁକୁଡ଼ା ଚାଷ ନେଇ କେନ୍ଦ୍ର ସରକାରଙ୍କ ଚିଠା ମାର୍ଗଦର୍ଶିକା

ଭୁବନେଶ୍ୱର:  ଇଣ୍ଟିଗ୍ରେଟର କମ୍ପାନୀ ଓ ବ୍ରଏଲର କୁକୁଡ଼ା ଚାଷୀଙ୍କ ମଧ୍ୟରେ ଚୁକ୍ତିଭିତିରେ କରାଯାଉଥିବା କୁକୁଡ଼ା ଚାଷରେ ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା କରି ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି  ।

ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୧ ତାରିଖରେ କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଇଣ୍ଟିଗ୍ରେଟର କମ୍ପାନୀ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚୁକ୍ତିଭିତିକ କୁକୁଡ଼ା ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା  ।