କୁଲଗାମରେ ସୁରକ୍ଷା ବାହିନୀର ଗୁଳିବିନିମୟ ଜାରି : ଆଉ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ୦୩/୦୮: ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଲଗାତାର ତୃତୀୟ ଦିନ ପାଇଁ ଏନକାଉଣ୍ଟର ଜାରି ରହିଛି। ସୁରକ୍ଷା ବାହିନୀ ଆଜି ଆଉ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଏନକାଉଣ୍ଟରରେ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଅପରେସନ୍ ଜାରି ରଖିଛି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛନ୍ତି। ଜଣେ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ଡିଜିପି ଏବଂ ସେନାର ୧୫ତମ କୋରସର କମାଣ୍ଡର ଏହି ଆତଙ୍କବାଦ ବିରୋଧୀ ଅପରେସନ୍ ଉପରେ କଡ଼ା ନଜର ରଖିଛନ୍ତି। ଜମ୍ମୁ କଶ୍ମୀର ପୋଲିସ ଏକ ବିବୃତ୍ତିରେ କହିଛି ଯେ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ସେନା ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଏକ ମିଳିତ ଦଳ ଅଖଲର ଜଙ୍ଗଲରେ ଚାଲିଥିବା ଏହି ଆତଙ୍କବାଦ ବିରୋଧୀ ଅପରେସନ୍‌ରେ ନିୟୋଜିତ ଅଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅଗଷ୍ଟ ୧ ତାରିଖରେ ଦକ୍ଷିଣ କାଶ୍ମୀରର ଅଖଲ ଜଙ୍ଗଲ ଅଞ୍ଚଳରେ ଏକ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ସର୍ଚ୍ଚ ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା, ଯାହା ପରେ ସୁରକ୍ଷା ବାହିନୀ ପାଲଟା ଜବାବ ଦେଇଥିଲେ।