କଟକ, ୧୫/୧୧ : ଓଲିଉଡର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକାଙ୍କୁ ଆଜି ମହାନଦୀରୁ ଉଦ୍ଧାର କରାଯାଇଛି। କଟକସ୍ଥିତ ନୂଆପାଟଣା ନିକଟ ମହାନଦୀରୁ ତାଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏବଂ ପୋଲିସର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ନଦୀକୁ ଖସିପଡ଼ିଥିବା ପୁଲିସ ସୂଚନା ଦେଇଛି । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନ ଓ ତାଙ୍କ ସ୍ତ୍ରୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ଯୋଗୁ ଏହି ଘଟଣା ଘଟିଛି ସେନେଇ ପୁଲିସ ତଦନ୍ତ କରୁଛି।

ଅନ୍ୟ ଖବର ଅନୁଯାୟୀ ରବିବାର ଅପରାହ୍ନରେ କଟକ ସହରର ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା ମଧୁସୂଦନ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡ ମାରି ହଠାତ୍ ମହାନଦୀକୁ ଡେଇଁପଡ଼ିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଛି। ତେବେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ନା ଗୋଡ ଖସି ଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।