ନୂଆଦିଲ୍ଲୀ, ୨୬/୧୧ : ଭାରତ ଓ ଶ୍ରୀଲଙ୍କା ଦ୍ବାରା ମିଳିତ ଭାବେ ଆୟୋଜିତ ହେଉଥିବା ଟି-୨୦ ବିଶ୍ବକପ୍-୨୦୨୬ର ଚୂଡ଼ାନ୍ତ କ୍ରୀଡ଼ା ସୂଚୀ ଘୋଷଣା ହୋଇଛି । ଆଗାମୀ ଫେବ୍ରୁଆରୀ ୭ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ହେବ । ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ । ଏହା ସହିତ ଦୁଇଟି ସେମିଫାଇନାଲ ପାଇଁ ମଧ୍ୟ ସ୍ଥାନ ନିରୂପଣ କରାଯାଇଛି । ପ୍ରଥମ ସେମିଫାଇନାଲ୍ ଭାରତ ଓ ଦ୍ବିତୀୟ ସେମିଫାଇନାଲ ଶ୍ରୀଲଙ୍କାର କଲମ୍ବୋରେ ଖେଳା ଯିବ । ମାର୍ଚ୍ଚ ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ ଫାଇନାଲ୍ ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୦ଟି ଦଳ ଭାଗ ନେବେ । ୮ଟି ଟିମ୍ ସୁପର ରାଉଣ୍ଡରେ ପ୍ରବେଶ କରିବେ । ସେଥିରୁ ୪ଟି ଦଳ ସେମିଫାଇନାଲ୍ ଯିବେ । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖା ଯାଇଛି । ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଗ୍ରୁପ୍ ରହିବ, ପ୍ରତ୍ୟେକ ଗ୍ରୁପ୍ରେ ଚାରିଟି ଦଳ ରହିବେ। ପ୍ରତ୍ୟେକ ଗ୍ରୁପ୍ରୁ ଦୁଇଟି ଦଳ ସୁପର ୮ କୁ ଯିବେ। ତା’ପରେ ସୁପର ୮ କୁ ପୁଣି ଗ୍ରୁପିଂ କରାଯିବ। ତା’ପରେ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ତା’ପରେ ଫାଇନାଲ୍ ମ୍ୟାଚ୍ ହେବ। ଭାରତର ସମ୍ଭାବ୍ୟ ସୁପର ୮ ଏବଂ ନକଆଉଟ୍ ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଯଦି ଭାରତ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରେ, ତେବେ ଏହାର ତିନୋଟି ସୁପର ୮ ମ୍ୟାଚ୍ ଅହମଦାବାଦ, ଚେନ୍ନାଇ ଏବଂ କୋଲକାତାରେ ଅନୁଷ୍ଠିତ ହେବ। ଭାରତର ସେମିଫାଇନାଲ୍ ମୁମ୍ବାଇରେ ହେବ। ଶ୍ରୀଲଙ୍କା କିମ୍ବା ପାକିସ୍ତାନ ସୁପର-୮ ରୁ ଆଗକୁ ବଢ଼ିବା ଉପରେ ନିର୍ଭର କରି ଆଇସିସି ଦ୍ୱାରା ଦ୍ୱିତୀୟ ସେମିଫାଇନାଲ କଲମ୍ବୋ କିମ୍ବା କୋଲକାତା ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ଏବଂ ଫାଇନାଲ୍ ଅହମଦାବାଦରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ଣ୍ଣାମେଣ୍ଟରେ ୨୦ ଦଳ ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ଇଟାଲି, ନେଦରଲ୍ୟାଣ୍ଡସ୍, ନାମ୍ବିଆ, ଜିମ୍ବାୱେ, ନେପାଳ, ଓମାନ ଏବଂ ୟୁଏଇ।