ନୂଆଦିଲ୍ଲୀ, ୫/୧୨ : ଆସନ୍ତାକାଲି ସିଡନୀ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ମୟଙ୍କ ଅଗ୍ରଓ୍ୱାଲଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ସୁଯୋଗ ମିଳିଛି । ସେହିପରି ଉମେଶ ଯାଦବଙ୍କ ସ୍ଥାନରେ ପେସ ବୋଲର ନବଦୀପ ସାଇନୀଙ୍କୁ ସ୍ଥାନ ମିଳିଛି । ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବେ। ଅନ୍ୟପକ୍ଷରେ ୧୧ଜଣିଆ ଚୂଡ଼ାନ୍ତ ଦଳରୁ ଆହତ ଥିବା କେ ଏଲ ରାହୁଲ ବାଦ ପଡିଛନ୍ତି ।
NEWS – #TeamIndia announce Playing XI for the 3rd Test against Australia at the SCG.
Navdeep Saini is all set to make his debut.#AUSvIND pic.twitter.com/lCZNGda8UD
— BCCI (@BCCI) January 6, 2021
ଭାରତୀୟ ଦଳ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ. ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ନବଦୀପ ସାଇନି ।