ସର୍ଟ ସର୍କିଟ ଯୋଗୁ ଡେଲି ମାର୍କେଟରେ ଅଗ୍ନିକାଣ୍ଡ : ଜଳିଗଲା ୫୦ ଦୋକାନ

କେନ୍ଦୁଝର,୩/୦୪: ସର୍ଟ ସର୍କିଟ ଯୋଗୁ କେନ୍ଦୁଝର ଡେଲି ମାର୍କେଟରେ ଭୟଙ୍କର ଭାବେ ନିଆଁ ଲାଗିଛି। ସୋମବାର ଭୋରରୁ ଦୋକାନ ଖୋଲିବାକୁ ଆସିବା ସମୟରେ ଦୋକାନୀ ମାନେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ପ୍ରାୟ ୫୦ରୁ ଅଧିକ ଦୋକାନରେ ନିଆଁ ଲାଗି ସମସ୍ତ ସାମଗ୍ରୀ ପୋଡି ଯାଇଛି l କେତେକ ଲୁଗା ଦୋକାନ ରେ ନିଆଁ ଲାଗିବା ଯୋଗୁ ତାହା ନିୟନ୍ତ୍ରଣ କରାଯାଇପାରୁନ‌‌ଥିବା ଦେଖା ଯାଇଛି l ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ବଜ଼ାର କମିଟି ଏବଂ ଦୋକାନୀ ମାନେ ନିଆଁ ଲିଭାଇବାରେ ଲାଗିଛନ୍ତି l କୋଟିଏ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅକାଳନ କରାଯାଉଛି l

SBI AD