ଖେଳନା ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ୨୦ଟି ଅଗ୍ନିଶମ ଗାଡି ନିୟୋଜିତ

ନୂଆଦିଲ୍ଲୀ, ୨୬/୮ : ନୋଏଡା ସେକ୍ଟର-୬୩ରେ ଥିବା ଏକ ଖେଳନା ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚରୀ ପହଞ୍ଚି ନିଆଁ ଲିଭାଇବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏହି ଅଗ୍ନିକାଣ୍ଡ କିପରି ହେଲା ଏବଂ କେତେ କ୍ଷୟକ୍ଷତି ଘଟିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୨୦ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି।