ଭଦୋଦରା କୋଭିଡ୍ ‌ହସ୍ପିଟାଲରେ ଅଗ୍ନିକାଣ୍ଡ, ୩୫ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ

ଗୁଜୁରାଟ, ୮/୯ : ଗୁଜୁରାଟର ଭଦୋଦରାରେ ଥିବା ଏସଏସଜି ସରକାରୀ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଆଜି ସନ୍ଧ୍ୟାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏହି ହସ୍ପିଟାଲରେ ପ୍ରାୟ ୩୦୦ କରୋନା ରୋଗୀ ଚିକିତ୍ସିତ ହେଉଥିଲେ ।

ତେବେ ସର୍ଟ ସର୍କିଟ୍‌ ପାର୍ଇ ନିଆଁ ଲାଗିଥିବା ନେଇ ପ୍ରାଥମିକ ସୂଚନା ମିଳିଛି। କିନ୍ତୁ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ଆଜି ସନ୍ଧ୍ୟାରେ ଆଇସିୟୁ ୱାର୍ଡରେ ସ୍ପାର୍କ ହୋଇଥିଲା । ୱାର୍ଡରେ ଥିବା ୩୫ ରୋଗୀଙ୍କୁ ବାହାରକୁ ବାହାର କରୁଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି । ପରେ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେବେ ରୋଗୀମାନଙ୍କୁ ତୁରନ୍ତ ଷ୍ଟ୍ରେଚର ସାହାଯ୍ୟରେ ବାହରକୁ ଅଣାଯାଉଥିବା ଦେଖିବାକୁ ମିଳିଛି ।