ଚଳନ୍ତା ବସରେ ଲାଗିଲା ନିଆଁ : ବସରୁ ଡେଇଁ ଜୀବନ ରକ୍ଷା କଲେ ୫୦ ଯାତ୍ରୀ

ଇଟାୱା,୩ /୪ : ଉତ୍ତରପ୍ରଦେଶର ଇଟାୱା ଜିଲାର ଆଗ୍ରା ଏକ୍ସପ୍ରେସ ୱେ ଉସରାହାର ଥାନା ଅଞ୍ଚଳରେ ଆଜି ଏକ ଚଳନ୍ତା ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗି ଜଳିଯାଇଛି । ବସରେ ଥିବା ଯାତ୍ରୀ ମାନେ ବସରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ଯାତ୍ରୀମାନେ ଏକ ବଡ ଧରଣର ବିପଦରୁ ଅଳ୍ପକେ ରକ୍ଷା ପାଇଥିବା ବେଳେ ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଛି।

ସୂଚନା ଯୋଗ୍ୟ , ନିଆଁରେ ହୁ ହୁ ହୋଇ ବସଟିକୁ ଜଳିବା ଅବସ୍ଥାରେ ଦେଖି ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଉକ୍ତ ବସଟି ବିହାରର ପୂର୍ଣ୍ଣିୟାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ଅନୁମାନ କରାଯାଉଛି।