ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ବୁଧବାର ନିଆଁ ତାଣ୍ଡବ ରଚିଛି। ପୁଲିସ ପକ୍ଷରୁ ବିଭିନ୍ନ ମାମଲାରେ ଜବତ ୧୪ ଗାଡି ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଥାନାକୁ ଲାଗି ରହିଛି ଜମିଜମା। ଉକ୍ତ ଜମିରେ ମହୁଲ ଗଛ ରହିଛି। ଗଛରୁ ମହୁଲ ଗୋଟାଇବା ପାଇଁ ଗଛ ତଳେ ଜମିରେ ପଡିଥିବା ମହୁଲ ଗଛର ପତ୍ରରେ କିଛି ଲୋକେ ନିଆଁ ଲଗାଇ ଥିଲେ। ଏହା ସମସ୍ତଙ୍କ ପାଇଁ ମହଙ୍ଗା ପଡିଛି। ହାଲକା ପବନରେ ନିଆଁ ପାଖ ଜମିକୁ ମାଡିଯାଇଥିଲା। ଜମିକୁ ଲାଗି ରହିଥିବା ଚନ୍ଦାହାଣ୍ଡି ଥାନା ପରିସରରେ ଥିବା ଗାଡିକୁ ଧରିଥିଲା।
ଦେଖୁ ଦେଖୁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଗାଡି ଏବଂ ବାଇକ ତେଲ ଥିବାରୁ ନିଆଁ ଚଞ୍ଚଳ ଧରିଥିଲା। ୧୨ଟି ବାଇକ, ଗୋଟିଏ ଟ୍ରାକ୍ଟର ହେଡ୍, ଗୋଟିଏ ଅଟୋ ଓ ଗୋଟିଏ ସାଇକେଲରେ ଜଳି ପାଉଁଶ ହୋଇଯାଇଛି। ଏନେଇ ଚନ୍ଦାହାଣ୍ଡି ଥାନାରେ ନଂ. ୨୭/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି l ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି।
