କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ

ନୂଆଦିଲ୍ଲୀ,୨୦/୭ : ପ୍ରଥମେ କଲେଜ ଖୋଲିବା ଉଚିତ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ। ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି ବେଶି। ସର୍ଭେ ଅନୁସାରେ ପିଲାମାନଙ୍କଠାରେ ଭାଇରସ ମୁକାବିଲା କ୍ଷମତା ଅଧିକ। ବିଦେଶରେ ବି କୌଣସି ପ୍ରାଥମିକ ସ୍କୁଲ ବନ୍ଦ କରାଯିବା ନଜିର ବହୁତ କମ। ତେଣୁ ଦେଶରେ ପ୍ରଥମେ ପ୍ରାଥମିକ ସ୍କୁଲ ଏବଂ ପରେ ମାଧ୍ୟମିକ ସ୍କୁଲ ଖୋଲୁ। କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସପୋର୍ଟ ଷ୍ଟାଫଙ୍କ ଟିକାକରଣ ଜରୁରୀ ବୋଲି ସେରୋ ସର୍ଭେ ପରେ ଆଇସିଏମଆର ଡିଜି ବଳରାମ ଭାର୍ଗବ ପ୍ରକାଶ କରିଛନ୍ତି। ତେବେ​‌ ସ୍କୁଲ ଖୋଲିବା ପୂର୍ବରୁ ସବୁ ଶିକ୍ଷକ ଓ ଡ୍ରାଇଭରଙ୍କୁ ଟିକାକରଣ କରାଯାଉ ବୋଲି ସେ ପ୍ରକାଶ କରିଛନ୍ତି।