ପ୍ରଥମ ଦିନରେ ପିଟିଲେ ସେଞ୍ଚୁରୀ : ଟେଷ୍ଟରେ ଗର୍ଜିଲା ରାହୁଲଙ୍କ ବ୍ୟାଟ୍

ଲଣ୍ଡନ: ପ୍ରଥମ ଦିନରେ ରାହୁଲ କଲେ କମାଲ | କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ ମୈଦାନରେ ଶତକ ମାରିଲେ ଲୋକେଶ ରାହୁଲ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଛି ରାହୁଲଙ୍କ ବ୍ୟାଟ୍ । ପ୍ରଥମ ଦିନରେ ହିଁ ଶତକ ମାରିଛନ୍ତି ।

ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ । ଲର୍ଡସରେ ଶତକ ମାରିବାରେ ଲୋକେଶ ରାହୁଲ ହୋଇଛନ୍ତି ଦଶମ ଭାରତୀୟ ବ୍ୟାଟସମ୍ୟାନ୍ ।ମୋଟ୍ ୨୧୨ ବଲ୍ ଖେଳି ସେଞ୍ଚୁରୀ ପୂରା କରିଥିଲେ ଲୋକେଶ ରାହୁଲ । ଇଂଲଣ୍ଡର ପେସ୍ ବୋଲିଂ ବାହିନୀକୁ ଧୈର୍ୟ୍ୟ ଓ ରକ୍ଷଣାତ୍ମକ ଢଙ୍ଗରେ ସାମନା କରିଥିଲେ । ସେହିପରି ୭ବର୍ଷ ପରେ ଲର୍ଡସରେ କୌଣସି ଭାରତୀୟ କ୍ରିକେଟର ଶତକ ମାରିଛନ୍ତି । ୨୦୧୪ରେ ଆଜିଙ୍କ୍ୟ ରାହାଣେ ଇଂଲଣ୍ଡ ବିପକ୍ଷରେ ସେଞ୍ଚୁରୀ ମାରିଥିଲେ।