ନୂଆଦିଲ୍ଲୀ, ୦୩/୦୮ : ପାକିସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ଜଣ ଶିଶୁଙ୍କ ସମେତ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି । ଯାହା ଦ୍ବାରା ଦୁର୍ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଯାହାର ସୂଚନା ପାକିସ୍ଥାନ ପୋଲିସ ଦେଇଛି । କିଛି ପିଲାମାନେ ମିଶି ପାହାଡ଼ ନିକଟରୁ ବିସ୍ଫୋରଣ ହୋଇ ନଥିବା ଗୋଟିଏ ମୋର୍ଟାର ସେଲ୍ ଗାଁକୁ ନେଇ ଆସିଥିଲେ । ସେଇଟା ଗୋଟିଏ ବୋମା ବୋଲି ସେମାନେ ଜାଣି ନଥିଲେ । ଖେଳୁଥିବା ସମୟରେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଆହତ ହୋଇଥିଲେ । ଅନ୍ୟପଟେ ସୂଚନା ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଚିକିତ୍ସା ପାଇଁ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।