ଧାନବିଲକୁ ଓଲଟିଲା ଯାତ୍ରୀବାହୀ ବସ୍, ୫ ଆହତ

ଜଳେଶ୍ୱର, ୧୪/୧୦: ବାଲେଶ୍ୱର ଜିଲ୍ଲା ଡିଗିରୀପାହି ନିକଟରେ ‘ପ୍ରଭୂଜୀ’ ନାମକ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ରାସ୍ତାକଡ଼ ଧାନବିଲକୁ ଖସିପଡିଛି । ଏହି ଦୁର୍ଘଟଣାରେ ୫ଜଣ ଯାତ୍ରୀ ଆତହ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ବସ୍‌ରେ ପାଖାପାଖି ୨୦ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଖବର ପାଇବାପରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ବଢିଯାଇଥିଲା ।