ଆସନ୍ତା ୧୨ ତାରିଖରୁ ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡିବ ବିମାନ

ଝାରସୁଗୁଡା,୧/୧: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତା ୧୨ ତାରିଖରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଉଡାଣ ଆରମ୍ଭ କରିବ । ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ। ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ଆରମ୍ଭ ହୋଇଛି। ସ୍ପାଇସ୍‌ଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି। ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବାଙ୍ଗାଲୁରୁ କୁ ଓ ବାଙ୍ଗାଲୁରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଉଡାଣ କରିବ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।