ନୂଆଦିଲ୍ଲୀ, ୧୦/୯ : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆଜି ଭାରତୀୟ ବାୟୁସେନା ଏକ ନୂତନ ଶକ୍ତି ପାଇଛି। ଫ୍ରାନ୍ସର ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଆନୁଷ୍ଠାନିକ ଭାବରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ମଧ୍ୟ ଅମ୍ବାଲା ଏୟାରବେସରେ ଉପସ୍ଥିତ ଥିଲେ।
ରାଫେଲ ଯୁଦ୍ଧ ବିମାନର ଭାରତୀୟ ବାୟୁସେନାରେ ପ୍ରବେଶ ପ୍ରକ୍ରିୟାରେ ପ୍ରଥମେ ସର୍ବ ଧର୍ମ ପୂଜା କରାଯାଇଥିଲା । ତାପରେ ଫ୍ଲାଇପାଷ୍ଟ କରାଯାଇଥିଲା । ଏହି ସମୟ ମଧ୍ୟରେ ରାଫେଲ ସହିତ ତେଜସ୍, ସୁଖୋଇ ଓ ଅନ୍ୟାନ୍ୟ ବାୟୁସେନା ବିମାନ ଏୟାର ସୋରେ ଅଂଶଗ୍ରହଣ କରିଥିଲେ ଏବଂ ଶେଷରେ ପାଣି ତୋପ ସଲାମୀ ସହିତ ରାଫେଲ ଯୁଦ୍ଧ ବିମାନକୁ ଅଭିବାଦନ ଜଣାଇଥିଲେ। ବାୟୁସେନାରେ ଯେତେବେଳେ ଏକ ନୂତନ ଯୁଦ୍ଧ ବିମାନ ପ୍ରବେଶ କରେ ଏହି ପ୍ରକ୍ରିୟା ଅନୁସରଣ କରାଯାଏ |