ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥାରେ ଦେଖାଯାଇଥିବା ସଙ୍କଟସ୍ଥିତିରେ ସୁଧାର ଆଣିବା ସହ ଅର୍ଥନୀତିକୁ ସଜାଡ଼ିବାକୁ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ବଡ ପ୍ୟାକେଜ୍ ଘୋଷଣା କରୁଛନ୍ତି । ଆଜି ମଧ୍ୟ ଦୀପାବଳୀ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଅର୍ଥନୀତିକୁ ଆଉ ଏକ ବଡ ବୁଷ୍ଟର ଦେଇ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ୩.୦ ର ଘୋଷଣା କରିଛନ୍ତି। ଯାହା ଫଳରେ ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ।
ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଲଞ୍ଚ କରିବା ସହିତ ପ୍ରାବସୀ ଶ୍ରମିକଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୋର୍ଟାଲ ଲଞ୍ଚ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ।
ଏହି ଯୋଜନା ମାଧ୍ୟମରେ ଦେଶର ବେଜୋରଗାର ହାର ଓ ବିଶେଷ କରି କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି । ଆତ୍ମ ନିର୍ଭର ଭାରତର ଯୋଜନାର ତୃତୀୟ ଘୋଷଣାରେ ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତର ଅର୍ଥନୀତିରେ ବ୍ୟାପକ ପରିବର୍ତନ ଆସିଛି ଆତ୍ମନିର୍ଭର ଭାରତ ଯୋଜନାର ଘୋଷଣାର ପରବର୍ତୀ ସମୟରେ ।
କୃଷକମାନଙ୍କ ପାଇଁ ନାବାର୍ଡ ଜରିଆରେ ୨୫ ହଜାର କୋଟି ଟଙ୍କାର ଆର୍ଥୀକ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । କରୋନା ସମୟରେ ଚାକିରୀ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ୨ ବର୍ଷ ଯାଏଁ ଭବିଷ୍ୟ ନିଧି ପାଣ୍ଠିରେ ଜମା ରାଶି ପ୍ରଦାନ ପାଇଁ ବଡ ଦାୟିତ୍ୱ ନେଇଛନ୍ତି ମୋଦୀ ସରକାର ।
ଏହା ସହିତ ବେସାମରିକ ବିମାନ ଚଳାଚଳ, ଆତିଥେୟତା ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ମୋଟାମୋଟି ଭବେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ବ୍ୟାପକ ଆର୍ଥୀକ ପ୍ରୋତ୍ସାହନ ଘୋଷଣା କରାଯାଇଛି ।
୧୫୭.୪୪ ଲକ୍ଷ କିଷାନ କ୍ରେଡିଟ୍ କାର୍ଡ ଜରିଆରେ କୃଷି ବିକାଶର ବଡ ସମ୍ଭାବନା ଆତ୍ମ ନିର୍ଭର ଭାରତ ଦେଖିଛି । ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ପରେ ୬୮.୬ କୋଟି ଲୋକଙ୍କୁ ଲାଭ ଦେଲା ଭଳି ରାସନ୍ କାର୍ଡର ପୋର୍ଟେବିଲିଟି କରିଛନ୍ତି ଏନଡିଏ ସରକାର ।
ସଂଗଠିତ କ୍ଷେତ୍ରରେ ରୋଜଗାର ବୃଦ୍ଧି ସହିତ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ପ୍ୟାକେଜ୍ ରେ ବିଭିନ୍ନ କର୍ଯ୍ୟକ୍ରମ ଘୋଷଣା କରାଯାଇଛି ।