ବନ୍ଦ ହୋଇପାରେ ‘ଭାରତ ଯୋଡୋ ଯାତ୍ରା’ : ଗାଇଡଲାଇନ୍ ମାନିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ,୨୧/୧୨ : କରୋନା ଦ୍ରୁତ ସଂକ୍ରମଣ ପାଇଁ ବନ୍ଦ ହୋଇପାରେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ଯାତ୍ରା’ । ଚୀନ୍ ସମେତ ଅଧିକାଂଶ ଦେଶରେ କରୋନା ଦ୍ରୁତଗତିରେ ବଢୁଛି । ତେଣୁ ଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ମାନିବାକୁ ରାହୁଲ ଗାନ୍ଧି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିଏ ।

କରୋନା ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି । ଚୀନ ସମେତ ୫ଦେଶରେ ସଂକ୍ରମଣ ଗ୍ରାଫ୍ ଉପର ମୁହାଁ ହୋଇଛି । ଏହାକୁ ନେଇ ଭାରତ ସରକାରଙ୍କ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । କଂଗ୍ରେସ ଭାରତ ଯୋଡ ଯାତ୍ରାରେ କୋଭିଡ୍-୧୯ ପ୍ରୋଟୋକଲ ଉଲ୍ଲଙ୍ଘନ ଆଶଙ୍କା କରିଛନ୍ତି କେନ୍ଦ୍ର ସରକାର । ତେଣୁ ଯାତ୍ରା ସମୟରେ ପ୍ରୋଟୋକଲକୁ ମାନିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲ ଗାନ୍ଧି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଚିଠି ଲେଖିଛନ୍ତି । ଯଦି ଗାଇଡଲାଇନ ପାଳନ କରିବା ସମ୍ଭବ ହେଉନାହିଁ ତାହାଲେ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ମନସୁଖ୍ ମାଣ୍ଡଭିଏ ।

SBI AD