ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୬୦ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ, ୨୫/୧୧ : ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଆଜି ୬୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ହୃଦଘାତ ଯୋଗୁ ପରଲୋକ ହୋଇଥିବା ଆର୍ଜେଣ୍ଟିନା ସ୍ଥାନୀୟ ମିଡିଆରୁ ଖବର ଆସୁଛି। ମାରାଡୋନାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ଫୁଟବଲ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

ମହାନ ଫୁଟବଲ ଖେଳାଳିଙ୍କୁ ତାଙ୍କ ଘରେ ହିଁ ହୃଦଘାତ ହୋଇଛି। ବ୍ରେନରେ କ୍ଲଟ ଯୋଗୁ ୨ ସପ୍ତାହ ପୂର୍ବେ ତାଙ୍କର ସର୍ଜରୀ ହୋଇଥିଲା। ତାଙ୍କର ଅଚାନକ ପରଲୋକରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ମାରାଡୋନାଙ୍କୁ ସର୍ବକଳାନ ମହାନ ଫୁଟବଲର କୁହାଯାଏ। ଆର୍ଜେଣ୍ଟିନା ୧୯୮୬ ଫୁଟବଲ ବିଶ୍ୱକପ୍‌ ବିଜେତା ହେବା ପଛରେ ତାଙ୍କର ଭୂମିକାକୁ ଉଲ୍ଲେଖନୀୟ କୁହାଯାଏ।