ନିଜ ତ୍ୱଚାର ଯତ୍ନ ନେବା ପାଇଁ ସମସ୍ତେ ପସନ୍ଦ କରନ୍ତି । କାରଣ ଦାଗ ଏବଂ ପିମ୍ପଲ ତ୍ୱଚାର ସୁନ୍ଦରତାକୁ ହ୍ରାସ କରିଥାଏ । ତେବେ ଚାଲନ୍ତୁ ଜାଣିବା ବର୍ଷା ଦିନରେ କିପରି ନେବେ ତ୍ୱଚାର ଯତ୍ନ । ତ୍ୱଚା ପାଇଁ ଜାଇଫଳ ଜାଇଫଳ ଖାଇବା ଦ୍ୱାରା ତ୍ୱଚା ମଧ୍ୟ ଭଲ ରହିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଚର୍ମକୁ ସୁସ୍ଥ ରଖିବା ସହ ତ୍ୱଚାରେ ଚମକ ମଧ୍ୟ ଆଣିଥାଏ ଏହା ସହ କୋମଳ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ବାଦାମ ବ୍ୟବହାର କରି ତ୍ୱଚାକୁ ସୁନ୍ଦର କରିପାରିବେ । ଏହି ସବୁ ଲକ୍ଷଣ ଥିଲେ ଭୁଲରେ ବି ପିଅନ୍ତୁ ନାହିଁ ଗରମ ପାଣି, ନଚେତ୍… ଭୋଗିବେ ଭୟଙ୍କର ପରିଣାମ” ଜାଇଫଳ ପ୍ରସ୍ତୁତ କରନ୍ତୁ ଫେସ୍ ପ୍ୟାକ୍ ଆପଣ ଜାଇଫଳ ଫେସ୍ ପ୍ୟାକ୍ ମଧ୍ୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଜାଇଫଳ କୁ ଗ୍ରାଇଣ୍ଡ୍ କରି ସେଥିରେ କଦଳୀ ଏବଂ ମହୁ ମିଶାଇ ଏକ ମିଶ୍ରଣ କରି ତ୍ୱଚାରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ । ଜାଇଫଳକୁ ଚିନି କିମ୍ବା କଫି ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଭଲ ଭାବରେ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଧୀରେ ଧୀରେ ମାଲିସ୍ କରନ୍ତୁ । ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ । ଜାଇଫଳକୁ ପାଣିରେ ଫୁଟାଇ, ସେହି ପାଣିକୁ ଥଣ୍ଡା କରି ନିଅନ୍ତୁ ଏବଂ ଏହାକୁ ଏକ ସ୍ପ୍ରେ ବୋତଲରେ ଭରିକି ରଖନ୍ତୁ । ଏହାକୁ ଆପଣ ନିଜ ତ୍ୱଚାରେ ସ୍ପ୍ରେ କରିପାରିବେ । ଏହା ଟୋନର ଭାବରେ କାମ କରିବ । ଜାଇଫଳ ଫେସପ୍ୟାକ୍ ଯଦି ଆପଣ ମୁହଁରେ ଜାଇଫଳ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଚେହେରାର ଫୁଲାକୁ ହ୍ରାସ କରିଥାଏ, ଆପଣଙ୍କ ଚେହେରାକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ । ଚର୍ମ ସମ୍ବନ୍ଧୀୟ ସମସ୍ୟା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ ନେଇ ଏହି ପ୍ୟାକ୍ ଫେସରେ ବ୍ୟବହାର କରନ୍ତୁ ।