ଭୁବନେଶ୍ୱର, ୦୪/୦୯ : କିଟ୍ ଓ କିସ୍ ମଡେଲ ପ୍ରତି ଆକର୍ଷିତ ହୋଇ ଇଣ୍ଟର୍ଣ୍ଣସିପ କରିବା ପାଇଁ ବହୁ ବିଦେଶୀ ଛାତ୍ରଛାତ୍ରୀ ଓ ଗବେଷକ ଏଠାକୁ ଆସୁଛନ୍ତି । ଏହି ଛାତ୍ରଛାତ୍ରୀ ଓ ଗବେଷକ ମାନେ କିଟ ଓ କିସ୍ ଭଳି ମଡ଼େଲ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସଂଘର୍ଷମୟ ଜୀବନର ସଫଳତା ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କିଟ୍ ଓ କିସ୍ ପିଲାମାନଙ୍କ ସହ ଜ୍ଞାନ ବିନିମୟ କରୁଛନ୍ତି । ପୂର୍ବରୁ ଅନେକ ବିଦେଶୀ ଛାତ୍ରଛାତ୍ରୀ ଏହି ଉପଲକ୍ଷେ କିଟ୍ ଓ କିସ୍ ଆସିଛନ୍ତି । ଏବେ ଏଠାରେ ଅଛନ୍ତି ଜଣେ ଜର୍ମାନ ଛାତ୍ରୀ ଫାଟାଓ ସାଓ । ଇତି ମଧ୍ୟରେ ତାଙ୍କର ଇଣ୍ଟର୍ଣ୍ଣସିପ ଶେଷ ହୋଇଛି । ସେ କିଟ୍ ଓ କିସ୍ ପିଲାଙ୍କୁ ଶିକ୍ଷାଦାନ କରିବା ସହ ସେମାନଙ୍କଠାରୁ ଅନେକ ବିଷୟ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ । ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ସମାଲୋଚନାମୂଳକ ଚିନ୍ତାଧାରା ଏବଂ ନେତୃତ୍ୱ କମର୍ଶାଳା ଏବଂ ତାଲିମ ପ୍ରଦାନ କରିବା ଉପରେ ତାଙ୍କର କାର୍ଯ୍ୟ କେନ୍ଦ୍ରିତ ଥିଲା । ଆତ୍ମବିଶ୍ୱାସ, ନେତୃତ୍ୱ ଏବଂ ସମାଲୋଚନାମୂଳକ ଚିନ୍ତାଧାରା ଅର୍ଥପୂର୍ଣ୍ଣ ଅଭ୍ୟାସ ମାଧ୍ୟମରେ ସର୍ବୋତ୍ତମ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
