ବିଦେଶିନୀଙ୍କର ଭାରତୀୟ ଯୁବକଙ୍କ ପ୍ରତି ମମତା ପୂର୍ବରୁ ବି ଅନେକ ଥର ଦେଖିଛେ । ନିକଟରେ ପୁଣି ଜଣେ ବିଦେଶିନୀ ଭାରତୀୟ ଯୁବକଙ୍କୁ ପ୍ରେମ କରି ବିବାହ କରିବା କଥା ଚର୍ଚ୍ଚାର ବିଷୟ ପାଲଟିଛି । କର୍ଣ୍ଣାଟକ ଅଟୋ ଚାଳକ ଅନନ୍ତରାଜୁଙ୍କ ସହ ବେଲ୍ଜିୟମ ଯୁବତୀ କେମିଲିଙ୍କୁ ପ୍ରେମ ହୋଇଗଲା ଓ ସେମାନେ ପରସ୍ପରଙ୍କୁ ବିବାହ କରିବା ପରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।
ସେମାନେ ନଭେମ୍ବର ୨୫ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ୩୦ ବର୍ଷୀୟ ଅନନ୍ତରାଜୁ ଜଣେ ଅଟୋ ଚାଳକ ହୋଇଥିବା ବେଳେ ଟୁରିଷ୍ଟ୍ ଗାଇଡ୍ ମଧ୍ୟ । ସେ ୨୭ ବର୍ଷୀୟା କେମିଲିଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଯୋଗାଯୋଗ କରିଥିଲେ । ସୋସିଆଲ୍ ମିଡିଆ ଜରିଆରେ ପ୍ରଥମେ ସେମାନେ ପରସ୍ପରଙ୍କୁ ଜଣିଥିଲେ ।
ରିପୋର୍ଟ ଅନୁସାରେ, ଅନନ୍ତରାଜୁ ଓ କେମିଲି ପରସ୍ପରଙ୍କୁ ପ୍ରଥମେ ୨୦୧୯ ମସିହାରେ ଭେଟିଥିଲେ । ସେ ସମୟରେ କେମିଲି ନିଜ ପରିବାର ସହ ଭାରତ ବୁଲିବାକୁ ଆସିଥିଲେ । ତାଙ୍କୁ ଗାଇଡ୍ କରି ଜାଗା ବୁଲେଇ ଦେଖେଇ ଥିଲେ ଅନନ୍ତରାଜୁ । ଏହାସହ ସେମାନଙ୍କର ରହିବା ବନ୍ଦୋବସ୍ତ ବି କରି ଦେଇଥିଲେ ଅନନ୍ତରାଜୁ । ନିଜର ଭାରତ ଯାତ୍ରା ସମୟରେ କେମିଲିଙ୍କ ପରିବାର ଲୋକ ଅନନ୍ତରାଜୁଙ୍କ ବ୍ୟବହାର ଓ ଆତିଥ୍ୟରେ ବେଶ୍ ପ୍ରଭାବିତ ହୋଇଥିଲେ । ଏହି କାରଣରୁ କେମିଲି ନିଜ ଦେଶକୁ ଫେରିବା ପରେ ସେ ଅନନ୍ତରାଜୁଙ୍କ ସହ ସୋସିଆଲ୍ ମିଡିଆ ଜରିଆରେ ଯୋଗାଯୋଗ କରିବା ଆରମ୍ଭ କରିଥିଲେ । ତାପରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ।