ଘରେ ନିଆଁ ଲାଗି ସହକାରୀ ବନଅଧିକାରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ନିଆଁ ଲାଗି ଗୁରୁତର ହୋଇପଡ଼ିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ  ଶେଷରେ ମୃତ୍ୟୁ ହୋଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ  କଟକସ୍ଥିତ ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ  ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ମହାପାତ୍ର ପୋଡି ଯାଇଥିଲେ । ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଥିଲା। ତାଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କିପରି ଘରେ ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

ସୌମ୍ୟରଞ୍ଜନ ୬ ମାସ ପୂର୍ବେ ବିବାହ କରିଥିଲେ । ସେ ଓ ତାଙ୍କ ନବବିବାହିତା ସ୍ତ୍ରୀ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ରହିଆସୁଥିଲେ । ଗତକାଲି ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଚିକ୍ରାର ଶୁଣି ପାଖ ପଡିସା ସେଠାରେ ପହଞ୍ଚି ମହାପାତ୍ରଙ୍କ ଦେହରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ଲୋକେ ନିଆଁ ଲିଭାଇବା ସହ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପରେ କଟକ ବଡ଼ ମେଡିକାଲ ପଠାଯାଇଛି। ଖବର ପାଇ ଜିଲ୍ଲା ବନ ଖଣ୍ଡ ଅଧିକାରୀ, ସ୍ଥାନୀୟ ତହସିଲଦାର, ପୁଲିସ୍, ଏସଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ୍ କର୍ମଚାରୀ ମେଡିକାଲରେ ପଞ୍ଚିଥିଲେ। ପୁଲିସ୍ ଘଣଟାକୁ ନେଇ ତଦନ୍ତ ଅରମ୍ଭ କରିଛି ।