ନାବାଳିକା ବଳାତ୍କାର ମାମଲା : ଫରେଷ୍ଟର ଗିରଫ

0

ଭୁବନେଶ୍ୱର, ୨୯/୦୩ : ନାବାଳିକା ବଳାତ୍କାର ମାମଲାରେ ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି । ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ(୫୯)। ସେ କେନ୍ଦୁଗୁଡ଼ା ସେକ୍ସନ ରେ ଫରେଷ୍ଟର ଭାବେ କାର୍ଯ୍ୟରତ। ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ବଳାତ୍କାର ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ। ପରିବାରବର୍ଗ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଗ୍ରାମବାସୀ ନରସିଂହକୁ କାବୁ କରି ମାଡ଼ ମାରିଥିଲେ। କେନ୍ଦୁଗୁଡା ଫାଣ୍ଡି ପୋଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳ ରେ ପହଞ୍ଚିଥିଲେ। ସେଠାରୁ ନରସିଂହକୁ ଗିରଫ କରି ପଦ୍ମପୁର ଆଣି କେସ ନଂ ୪୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.