ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ କରୋନା

ଲକ୍ଷ୍ନୌ,୧୪ /୯ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଛି । ତାଙ୍କୁ ପିଜିଆଇ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ତାଙ୍କ ନମୁନା ପରୀକ୍ଷା କରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।