ନୂଆଦିଲ୍ଲୀ, ୧୨/୦୩ : ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୁଳିମାଡ଼ ଉଦ୍ୟମ ହୋଇଛି । ଜମ୍ମୁର ଗ୍ରେଟର କୈଳାସ ସ୍ଥିତ ହୋଟେଲ ରୟାଲ ପାର୍କରେ ନ୍ୟାସନାଲ କନଫରେନ୍ସର ବରିଷ୍ଠ ନେତାଙ୍କୁ ଗୁଳିମାଡ଼ ଉଦ୍ୟମ । ପୁଲିସ ସୂଚନା ଅନୁଯାୟୀ, ଫାରୁକ ଅବଦୁଲ୍ଲା ବିବାହ ଉତ୍ସବରୁ ଫେରିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ପିଛା କରି ଗୁଳି ଚଳାଇଥିଲା । ସୌଭାଗ୍ୟକୁ ଗୁଳି କାହାକୁ ବାଜି ନାହିଁ । ଉପସ୍ଥିତ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ସେଠାରେ କାବୁ କରି ପଚରାଉଚରା କରୁଛନ୍ତି । ଫାରୁକ ଅବଦୁଲ୍ଲାଙ୍କ ସହ ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ସୌଭାଗ୍ୟବଶତଃ, ଏହି ଆକ୍ରମଣରେ ଫାରୁକ୍ ଅବଦୁଲ୍ଲା ଏବଂ ଉପ-ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି । ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତକୁ କାବୁ କରିନେଇଛନ୍ତି । ଗିରଫ ଅଭିଯୁକ୍ତ ସୁରିନ୍ଦର ଚୌଧୁରୀ ଓ ଖଣି କାରବାର ସହ ସେ ସଂପୃକ୍ତ ବୋଲି ଜଣାପଡ଼ିଛି । ଏଇ କିଛି ଦିନ ହେଲା ଖଣି ଖନନକୁ ନେଇ ଜମ୍ମୁକାଶ୍ମୀର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ସୁରିନ୍ଦର କ୍ଷତିଗ୍ରସ୍ତ ହୋଇଥିବାରୁ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।