ଭୁବନେଶ୍ୱର,୨୩/୫: ବରିଷ୍ଠ ବାମପନ୍ଥୀ (CPI-M) ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିଲା । ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ୧୯୭୭, ୧୯୮୯ ଏବଂ ୧୯୯୧ରେ ନିର୍ବାଚନ ଜିତି ସେ ୩ଥର ଲୋକସଭାର ସଦସ୍ୟ ରହିଥିଲେ ।