କର୍ଣ୍ଣାଟକ,୯/୬: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ମୁଖ୍ୟ ଏଚ୍ଡି ଦେବେଗୌଡା ରାଜ୍ୟ ସଭା ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କର୍ଣ୍ଣାଟକ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଜୁନ ୧୯ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରାର୍ଥିପତ୍ର ଦାଖଲ ସମୟରେ ଦେବେଗୌଡାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ, ପୂର୍ବତନ ମନ୍ତ୍ରୀ ଏଚ୍ଡି ରେବାନା, ରାଜ୍ୟ ଜେଡି(ଏସ୍) ମୁଖ୍ୟ ଏଚ୍କେ କୁମାରସ୍ବାମୀ ଓ ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ।
ଦେବେଗୌଡାଙ୍କ ପ୍ରାର୍ଥିପତ୍ର ଦାଖଲକୁ ନେଇ ସୋମବାର ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅନ୍ୟ କେତେଜଣ ନେତା ତାଙ୍କୁ ଅନୁରୋଧ କରିଥିଲେ ବୋଲି ଦେବେଗୌଡାଙ୍କ ପୁଅ ଏଚଡି କୁମାରସ୍ୱାମୀ ସୂଚନା ଦେଇଥିଲେ।