ପାଟନା, ୧୩/୯ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କର ଆଜି ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ରାଷ୍ଟ୍ରୀୟ ଜନତା ଦଳ ନେତା ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ନେତା ଥିଲେ ରଘୁବଂଶ ଯାଦବ । ବିହାର ରାଜନୀତିରେ ରଘୁବଂଶ ସିଂହ ଯାଦବ ଜଣେ ନାମୀ ନେତା ଥିଲେ । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ରଘୁବଂଶ ସିଂହ ଯାଦବଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସ ଆଇସିୟୁରେ ୪ଜଣ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ । ରବିବାର ସକାଳେ ତାଙ୍କ ପରିବାର ସଦସ୍ୟ କହିଥିଲେ ଯେ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ଅଗଷ୍ଟ ୪ ତାରିଖରୁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଥିଲେ । ଗତ ୪ ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ସୂଚନା ଅନୁଯାୟୀ, ଗତ ଦିନ ପୂର୍ବରୁ ରଘୁବଂଶ ଯାଦବ ଆରଜେଡିରୁ ଇସ୍ତଫା ଦେଇଥିଲେ ।
Comments are closed.