ବସ୍‌ରେ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ୪ ପେଟି ଟଙ୍କା

କଟକ,୧୩/୧: ବସ୍‌ରେ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ୪ ପେଟି ଟଙ୍କା। ଯାହାକୁ ନେଇ ଅବକାରୀ କର୍ମଚାରୀ ତାଜୁବ। କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏକ ବସ୍‌ରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ କରିଛି ଅବକାରୀ ବିଭାଗ । ପେଟିରେ ନଗଦ ୮୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ । ଅଟକ ବ୍ୟକ୍ତିଙ୍କ ଜଣଙ୍କ ହେଲେ ସୁକୁମାର ସାଓ । ସୁକୁମାରଙ୍କ ଭିଣୋଇ ସୁନା ବ୍ୟବସାୟୀ ବୋଲି ଜଣାପଡ଼ିଛି। ତାଙ୍କ ଭିଣୋଇଙ୍କ କଟକ ବାଲୁ ବଜାରରେ ଏକ ଗହଣା ଦୋକାନ ଅଛି ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।

SBI AD