ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

ଭୁବନେଶ୍ୱର, ୦୯/୦୨ : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି । ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ ବାଇକରେ କୌଣସି କାମରେ ଯାଇ ନିଜ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏଥିରେ ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫୫ ବର୍ଷର ଅଜା କ୍ଷୀର ପୁଟେଲ, ୬ବର୍ଷର ନାତି ଦେବାଶିଷ ଓ ସଂପର୍କୀୟ ମୋହନ ପୁଟେଲଙ୍କ ମୃତ୍ୟୁ ହୋଇଛି । ସଙ୍କଟାପନ୍ନ ଅବସ୍ଥାରେ ୪ ବର୍ଷର ନାତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ତୁରେରେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।