ରାଜ୍ୟରେ ଆହୁରି ୪ଦିନ କାଳବୈଶାଖୀ : ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0

ଭୁବନେଶ୍ୱର, ୨୦/୦୪ : ରାଜ୍ୟରେ ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇପାରେ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳରେ ବର୍ଷା ହେବ । ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ମଧ୍ୟ ଆଲର୍ଟ ଜାରି ହୋଇଛି ।
ଆସନ୍ତାକାଲି ପାଇଁ ୬ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି, କୁଆପଥର ମାଡ ସହ ଝଟକା ପବନ ହୋଇପାରେ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଜାରି ରହିବ ।

Leave A Reply

Your email address will not be published.