ନୂଆଦିଲ୍ଲୀ, ୧୫/୧୧ : ଝାଡ଼ଖଣ୍ଡ ରାଞ୍ଚିରେ ଘଟିଛି ହୃଦୟ ବିଦାରକ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ପୋଲିସକର୍ମୀମାନେ କାର୍ ଯୋଗେ କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ କାର୍ ଅନିୟନ୍ତ୍ରିତ ହୋଇ ଡ୍ୟାମକୁ ଖସିଯିବାରୁ ବୁଡ଼ି ଯାଇଥିଲେ । ହାଟିଆ ଡ୍ୟାମରେ ସକାଳେ ପୋଲିସକର୍ମୀମାନେ କାରରେ ଯାଉଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ କରିଥିଲା । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମୀ ନିଖୋଜ ରହିଛନ୍ତି । ପୋଲିସକର୍ମୀ ଦୁଇ ଜଣ ନ୍ୟାୟିକ ଅଧିକାରୀଙ୍କ ବଡିଗାର୍ଡ ଏବଂ ସରକାରୀ ଡ୍ରାଇଭର ଥିଲେ । ଏମାନଙ୍କ ପରିଚୟ ମିଳିଛି ।